Deliver to USA
IFor best experience Get the App
Full description not available
S**A
Marvellous writing
Good book
S**A
✧••••ଶତାବ୍ଦୀର ଶେଷଚିଠି - ଏକ ଜିଅନ୍ତା ଆଲେଖ୍ୟ••••✧
✧••••ଶତାବ୍ଦୀର ଶେଷଚିଠି - ଏକ ଜିଅନ୍ତା ଆଲେଖ୍ୟ••••✧ଜୀବନ ଯାକ ବୟସକୁ ହେଜି , କେବଳ ନିଚ୍ଛକ କଥା ହିଁ ଲେଖାଯାଇପାରେ ଗୋଟିଏ କବିତାରେ, ତାହା ଖୁବ୍ ନିକ୍ଷୁଣ ଭାବେ ଆଙ୍କି ପାରିଛନ୍ତି ପ୍ରିୟ ପ୍ରବୀଣ କୁମାର କବି || ଗୋଟିଏ ନିପଟ ମଣିଷ ନିଜ ହୃଦୟକୁ ଥାପୁଡେଇ ଥରେ ଯଦି ପଚାରିବ ସେ ଖୋଦ୍ ଏଇ କଥା ତକ ବୁଝପାରିବ ,ଯାହା କବିତାର ପ୍ରତିଟି ଧାଡ଼ିରେ ଫୁଟେଇ ପାରିଛନ୍ତି ପ୍ରିୟ କବି।।କବିତା କେବେ ସ୍ଵପ୍ନର ରଙ୍ଗୀନ୍ ବଜାରରେନିର୍ଭେଜାଲ ସଞ୍ଜର ଶୋଭା.....;କବିତା କେବେ ଅଦେଖା ସକାଳରସିନ୍ଦୁରାର ସ୍ଵର୍ଣ୍ଣିମ ଆଭା.....।।କେବେ ବସନ୍ତରେ କୋଇଲିର ତାନକେବେ ଶରତର କାଶତଣ୍ଡି ଯୌବନ,କେବେ ପ୍ରମିକର ଚଗଲା ମନ ... ତପୁଣି କେବେ ଗାଉଁଲି ରଜୁଆ ପାନ....।।କବିତା ଏମିତି ଅନେକ କହିପାରେ ଅଳ୍ପରେ ଅଳ୍ପରେ..।। ଠିକ୍ ସେମିତି କେବଳ କିଛି ଧାଡ଼ିରେ କବି ଗାଇଛନ୍ତି ନିଚ୍ଛକ ପଣର ଶବ୍ଦ ମାନଙ୍କୁ।। ଶତାବ୍ଦୀର ଶେଷଚିଠି କେବଳ ଗୋଟିଏ ବହି ନୁହଁ , ଗୋଟିଏ କବିର ଭାବନାର ଜାଜ୍ଵଲ୍ୟମାନ ଦୀପଶିଖା।। ବହିର ସବୁଠାରୁ ବଡ଼ ବିଶେଷତ୍ଵ ହେଲା ଏହାର ଉତ୍ସର୍ଗ।। କବି ଏଠାରେ " ହାରିଯାଇଥିବା ଆଖି, ଥରି ଉଠୁଥିବା ଓଠ ଓ ଥକି ପଡ଼ିଥିବା ପାଦସବୁକୁ " ଉତ୍ସର୍ଗ କରି ସତରେ ଭିନ୍ନତା ଦର୍ଶେଇପାରିଛନ୍ତି।।କିଛି କବିତା ଏମିତିବି ଅଛି ଯାହା ନିହାତି ଲୁହ ଆଣିଦେବ ଗୋଟିଏ ନିଚ୍ଛକ ପାଠକ ଆଖିରେ ,ସେହି କବିତା ମଧ୍ୟରୁ "ଅନ୍ୟ ଏକ ମହାଭାରତ" ଅନ୍ୟତମ।। " ଶତାବ୍ଦୀର ଶେଷଚିଠି "କବିତାରେ ଆପଣ ପାଇପାରିବେ ଗୋଟିଏ ବୀରହି ପ୍ରେମିକର ସ୍ୱର ,ଯାହା ଆପଣ ଖୁବ ଭୋଗିବେ ନିଶ୍ଚେ।।"ସର୍କାର " ଏକ ଏମିତି କବିତା ଯାହା ଆପଣଙ୍କୁ ଦେଖେଇବ ନିଚ୍ଛକତା ଏବଂ ବାସ୍ତବିକ ସତର ରଙ୍ଗୀନ ଚିତ୍ର ।। "ସର୍କାର-୨" ରେ ଆପଣ ପଢିବେ ଗୋଟିଏ ପଦ ଯାହା ମୋତେ ବ୍ୟକ୍ତିଗତ ଭାବେ ଖୁବ ଛୁଇଁଲା" ଶୁଣ !ସ୍ନେହାର୍ଦ୍ଦ ହୃଦୟ ନୁହଁ,ନାଲିଆ ବୋତଲ ଆଉ କାଗଜର ଗାନ୍ଧିମୁଣ୍ଡକିଣିପାରେ ୟାଙ୍କ ବିପ୍ଳବୀ ଦିମାକ୍ଢାଳ,ଢାଳିଚାଲ ନିଆଁ ଲିଭିବାଯାଏ ।ନହେଲେ ତ ଜେଲ୍ଅଛି ,ବେଲ୍ ଅଛିକିଛିନଥିଲେ ଦେଶଦ୍ରୋହୀର ଷ୍ଟିକର୍ ଅଛି !"ସତରେ କେବେ ଗୂଢ ଏ ଭାବନା, ଏ ଚିନ୍ତାଧାରା ,ସେଥିପାଇଁ ତ ଖୁବ ଛୁଏଁ ପାଠକ ମନକୁ ।।ଅନ୍ୟ ଏକ କବିତା ହେଉଛି"ଏ କବିର ପ୍ରେମ" ...; ପ୍ରେମ ଅନେକ ସଂଜ୍ଞା ଗଢି ପାରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଭାବାବେଗକୁ ନେଇ ,ହେଲେ ଗୋଟେ କବି ପାଇଁ ପ୍ରେମ କଣ ଆପଣ ପାଇପାରିବେ ଏହି କବିତାରେ ...।।ଅନ୍ୟ ଏକ କବିତା ହେଉଛି "କିଏବା ଜାଣିଥିଲା" ଏ କବିତା ନୁହଁ , ହୃଦୟ ନିଜେ ନିଜେ ହିଁ କହୁଥିବା କଥା ସବୁ , ଗୋଟେ ପଦ କହୁଛି ଯାହା କବି ଉଲ୍ଲେଖ କରିଛନ୍ତି" ଛାଡ଼,ତୁମେ କାନ୍ଦିବନି ବୋଲି,ହସିଛି, ହସେଇଛି ତୁମକୁ,ତୁମେ ହାରିବନି ବୋଲିହାରିଛି, ହରେଇଛି ନିଜକୁତେଣୁ ଭୁଲ୍ ମୋର "ଆଃ ସତରେ କେତେ ସୁନ୍ଦର ଏ ଶବ୍ଦ ଏବଂ ଭାବ ♡, ଏ କବିତା ପଢ଼ିବା ପରେ ମୋର୍ ମନେ ପଡ଼େ ମୋ ନିଜସ୍ୱ ଏକ କବିତାର ପଂକ୍ତି,"ମୁଁ ହାରିବା ପରେ ବି ସେ ଖୁସି ହୁଏ ବୋଲିମୁଁ ବାରମ୍ବାର ହାରେ ତା ପ୍ରେମରେତାକୁ ବିଜୟ ଘୋଷିତ କରିବାବାହାନା ଲୋଡ଼ି.....!ସେ ଜିତୁ......ତା ଜିତ୍ ରେ ମୋ ଜିତ୍ମୋ ହାରିବା ଯଦି ତା ଓଠରେ ଖୁସିମନରେ ଆନନ୍ଦ ଆଣିପାରୁଛିମୁଁ ହାରିବି ଶତ ବାରପରାଜିତ ପ୍ରେମିକ ସାଜି....""ବୁଢ଼ାଲୋକ" କବିତାରେ ଆପଣ ପାଇବେ ଗୋଟିଏ ବୁଢ଼ାର ପେଜୁଆ ଆଖି ଦୁଇଟାର ଅକୁହା କଥା, ଏବଂ ଶୁଣି ପାରିବେ ସେ କହି ବସୁଥିବା ଅକାହାଣୀ ସବୁକୁ ।।ଏହା ବ୍ୟତୀତ ପ୍ରତିଟି କବିତାର ପ୍ରତି ଧାଡ଼ିରେ ଆପଣ ପାଇପାରିବେ ହଜିବାର ରାସ୍ତା କବିତା ପ୍ରେମରେ.....; ନିହାତି ପଢନ୍ତୁ ଏବଂ ନିଜର ପାଠକୀୟ ମତ ବାଣ୍ଟନ୍ତୁ....।।ଧନ୍ୟବାଦନମସ୍କାର,ସଚ୍ଚିଦାନନ୍ଦ ବେହେରା
Trustpilot
1 month ago
2 weeks ago